Description
ଈଶ୍ୱର ଅଛନ୍ତି କି ନାହାନ୍ତି ବୋଲି ଅନେକେ ପ୍ରଶ୍ନ କରି ଥାଆନ୍ତି। କିନ୍ତୁ ଖୁବ୍ କମ୍ ଲୋକ ‘ମୁଁ କିଏ?’ ବୋଲି ପ୍ରଶ୍ନ କରି ଥାଆନ୍ତି। ଯିଏ ନିଜର ସାକ୍ଷାତକାର କରିନାହିଁ, ସିଏ ଈଶ୍ୱର ସାକ୍ଷାତକାର କରିବ କେମିତି? ଆଉ ନିଜର ସାକ୍ଷାତକାର କରି ସାରିଲେ ସେ ଜାଣିବ ‘ଈଶ୍ୱର ହିଁ ଅଛନ୍ତି, ନିଜେ କିଏ ଏହା ଖୋଜିବା କଥା ଆଉ ପଚାରି ବୁଝିବା କଥା।’
ପ୍ରଶ୍ନୋତ୍ତର ମାଧ୍ୟମରେ ଆତ୍ମ ଜିଜ୍ଞାସାର ଏହି ବିଧିକୁ ସଂଶିତ ପୁସ୍ତକରେ ଉଜାଗର କରା ଯାଇଛି। ନିଜକୁ ଭୁଲିବାପାଇଁ ‘ମଶହୂର ମନ୍ତ୍ର’, ଓ ନିଜକୁ ଖୋଜି ପାଇବାଲାଗି ‘ଗୁମନାମ ମନ୍ତ୍ର’କୁ ଜାଣି ଆତ୍ମ ଜିଜ୍ଞାସାର ମାର୍ଗଦ୍ୱାରା ନିଜର ପ୍ରକୃତ ସ୍ୱରୂପକୁ ଉପଲବ୍ଧି କରିବାପାଇଁ ଏହି ମାନବ ଶରୀର କିପରି ନିମିତ୍ତ ହୋଇଛି, ତାହା ସ୍ପଷ୍ଟ କରା ଯାଇଛି। ଆତ୍ମଅନ୍ୱେଷଣର ମାର୍ଗରେ ବୋଧ ହିଁ ହେଉଛି ଲୁପ୍ତ କଡ଼ି। ଈଶ୍ୱରଙ୍କ ବିଷୟରେ ଜାଣିବାଠାରୁ ଈଶ୍ୱରଙ୍କୁ ଅନୁଭବ କରିବା ବଡ଼ କଥା। ଏହି ଅନୁଭବ କେମିତି ହେବ ତାହା ବହିଟିରୁ ଜାଣି ପାରିବେ।
ସଚେତନତାରର ଅଭାବରୁ ଆମର ଅଚେତନ ମନ ‘ମିଛ ମୁଁ’ ସହିତ ହିଁ ସଂଶ୍ଳିଷ୍ଟ ହୋଇ ରହିଛି। ଏହି ଭ୍ରମ ଓ ମିଥ୍ୟାକୁ ଭାଙ୍ଗିବା ପାଇଁ ପୁସ୍ତକଟି କୌଣସି ବି ଜିଜ୍ଞାସୁପାଇଁ ସହାୟକ ସିଦ୍ଧ ହୋଇପାରେ। ‘ଆତ୍ମ ଅନ୍ୱେଷଣ’ର ଯାତ୍ରାରେ ପୂର୍ଣ୍ଣାଙ୍ଗ ପରିବର୍ତ୍ତନର ପ୍ରତିଶ୍ରୁତି ହେଉଛି ଏହି ପୁସ୍ତକ।







Reviews
There are no reviews yet.