Nirakara – Kul-Mul-Lakshya Khali Hebara Kala (Odia)

Original price was: ₹250.00.Current price is: ₹225.00.

Out of stock

SKU 9788184154863 Categories ,

Description

ନିରାକାର – କୁଲ୍-ମୁଲ୍-ଲକ୍ଷ୍ୟ

ଖାଲି ହେବାର କଳା

ବୁଦ୍ଧିମାନ କାଉ କଥା ସମସ୍ତେ ଶୁଣିଥିବେ। ମାଠିଆରେ ଥିବା ଜଳକୁ ତା’ର ଥଣ୍ଟ ପାଇଲା ନାହିଁ ବୋଲି ସେ ସେଥିରେ ଗୋଡ଼ିମାଟି ଭରି ଜଳ ପତ୍ତନକୁ ଉପରକୁ ଉଠାଇ ନିଜର ଶୋଷ ମେଣ୍ଟାଇଥିଲା। ତା’ଠୁ ବୁଦ୍ଧିଆ ପକ୍ଷୀଟିଏ ରାସ୍ତାରେ ପଡ଼ିଥିବା ଅଇଁଠା ଷ୍ଟ୍ର (ପାଇପ)କୁ ସାଉଣ୍ଟି ଆଣି ତାକୁ ମାଠିଆରେ ବୁଡ଼ାଇ ନିଜର ପିପାସାକୁ ଶାନ୍ତ କରିଥିଲା। କିନ୍ତୁ ଚାତକ ପକ୍ଷୀ ଏମାନଙ୍କଠାରୁ ନିଆରା। ସେ ଧୈର୍ଯ୍ୟର ସହିତ ପ୍ରତୀକ୍ଷା କରିଥାଏ ଶ୍ରାବଣର ଆଦ୍ୟ ବାରିଧାରାକୁ। ଯେଉଁ ଧାରା କାହାରି ସଂସ୍ପର୍ଶରେ ଆସିନାହିଁ ସେମିତି ନିର୍ମଳ, ଶୁଦ୍ଧ ପାଣି ପିଇ ସେ ତୃପ୍ତ ହୋଇଥାଏ।

ପିପାସାକୁ ପରିତୃପ୍ତ କରିବାର ଏଇ ତୃତୀୟ ରୀତିରେ ଗୋଡ଼ି-ପଥର କି ଅଇଁଠା ପାଇପ ଦରକାର ପଡ଼େନା, ଆକାଶରୁ ଝରୁଥିବା ଜଳବୁନ୍ଦାକୁ ସିଧା ଅନ୍ତର ଭିତରକୁ ଗ୍ରହଣ କରାଯାଏ। ଏପରି ଭାବରେ ଶୁଦ୍ଧ ବିନ୍ଦୁର ସେବନରୁ ଯେଉଁ ଆନନ୍ଦ ପ୍ରାପ୍ତ ହୁଏ ତାକୁ କେବଳ ଚାତକ ହିଁ ବୟାନ କରିପାରେ।

ଏହି ପୁସ୍ତକ (ବିନ୍ଦୁ) ତେଜ ଜ୍ଞାନ ସାଗରର ଅମୂଲ୍ୟ ମୋତିଗୁଡ଼ିକ ଭିତରୁ ଗୋଟିଏ। ଯାହାକୁ ହଂସ ହୋଇ ଗ୍ରହଣ କରିବାକୁ ହେବ। କାଉହୋଇ ବଞ୍ଚିବା ବହୁତ ହେଲାଣି, ଏବେ ହଂସ ହୋଇ ବଞ୍ଚିବା। ନିଜ ଭିତରେ ଆକାଶର ମୋତିକୁ ଠିକ୍ ଭାବରେ ପରଖ କରି ପାରଖି ହେବା। ଏମିତି ପରଶୁମଣି ଆମକୁ ମିଳୁ ଯାହା ମୋତି ତିଆରି କରି ପାରିବ। ଯଦି ବିଶ୍ୱରେ ଏମିତି କିଛି ଉପାୟ ଉପଲବ୍ଧ ଅଛି, ତେବେ ତାକୁ ଶିଖି ପରଶମଣିର ପରଖ ମିଳୁ। ହୃଦୟ ହିଁ ହେଉଛି ସେଇ ସ୍ଥାନ, ଯାହା ପ୍ରକୃତ ପରଶୁମଣିକୁ ଚିହ୍ନିପାରେ। ତେଣୁ ଏହି ପୁସ୍ତକକୁ ହୃଦୟଦେଇ ପଢ଼ନ୍ତୁ ଏବଂ ‘ତେଜ’କୁ ଚିହ୍ନି, ଆପଣାନ୍ତୁ।ଆକାରରୁ ଆରମ୍ଭ କରି ନିରାକାରକୁ ପାଆନ୍ତୁ…ସଂସାର ଭିତରେ ରହି କମଲକୁ ପାଆନ୍ତୁ…କିଛି ନୁହଁକୁ ପାଇ, ସବୁକିଛି ପାଆନ୍ତୁ…

Available in the following languages:

Additional information

Weight 0.2 kg
Dimensions 0.9 × 5.1 × 8.5 in
Publisher

WOW Publishings

ISBN 13

9788184154863

No of Pages

184

Publication Year

2016

Binding
Language

Odia

Author / Writer

Sirshree

Title

ନିରାକାର – କୁଲ୍-ମୁଲ୍-ଲକ୍ଷ୍ୟ ଖାଲି ହେବାର କଳା – Odia Edition of Nirakar

Brand

WOW PUBLISHING PVT.LTD.

Reviews

There are no reviews yet.

Be the first to review “Nirakara – Kul-Mul-Lakshya Khali Hebara Kala (Odia)”

Your email address will not be published. Required fields are marked *

Best selling products