୧୦୦% ସ୍ୱାସ୍ଥ୍ୟଏବଂ ବିଚାର ନିୟମ
ନିଜ ଭିତରେ ଥିବା ସ୍ୱାସ୍ଥ୍ୟର ଉତ୍ସ ପ୍ରତି ଜାଗ୍ରତ ହୁଅନ୍ତୁ। ଭାବି ଦେଖନ୍ତୁ, ଶତ ପ୍ରତିଶତ ସ୍ୱାସ୍ଥ୍ୟ ହାସଲ ହେଉନାହିଁ ବୋଲି କିଏ ଦାୟୀ ସେ କଥା କ’ଣ କେବେ ଭାବିଛନ୍ତି? କାହା ବିନା ସ୍ୱାସ୍ଥ୍ୟର ଶିଖରରେ ପହଞ୍ଚି ହୁଏନା – ଯାହା କଲେ ବି ୯୯% ସ୍ୱାସ୍ଥ୍ୟରୁ ଆଗକୁ ଯାଇ ହୁଏନା। ସେଇ ଅଖୋଜା ଖିଅକୁ ଖୋଜି ପାଆନ୍ତୁ ଏଇ ଛୋଟ ବହିଟିରୁ। ଆଉ ମଧ୍ୟ ଜାଣନ୍ତୁ ଦେହ ଓ ମନକୁ କେମିତି ସୁସ୍ଥ କରି ହେବ ଓ ଜୀବନର ପ୍ରତିଟି କ୍ଷେତ୍ରରେ କେମିତି ପୂର୍ଣ୍ଣତା ଆଣି ହେବ। ଆଜିର ତାରିଖରେ ଆପଣଙ୍କ ସ୍ୱାସ୍ଥ୍ୟ ଯେମିତି ବି ଥାଉ ଆପଣ ଯେ କୌଣସି ପ୍ରକାରର ବ୍ୟାୟାମ ଅଭ୍ୟାସ କରୁ ଥାଆନ୍ତୁ, ଯେ କୌଣସି ପ୍ରକାରର ଖାଦ୍ୟ ପେୟ ଗ୍ରହଣ କରୁ ଥାଆନ୍ତୁ ନା କାହିଁକି ଏଇ ବହିରେ ଥିବା ସରଳ ମାନସିକ ଉପକରଣ ଓ ଆଧ୍ୟାତ୍ମିକ ରହସ୍ୟ ଆପଣଙ୍କ ସ୍ୱାସ୍ଥ୍ୟକୁ ଉନ୍ନତତର କରିବାରେ ସହଯୋଗୀ ହେବ। କେବଳ ଶାରୀରିକ ସ୍ୱାସ୍ଥ୍ୟ ନୁହେଁ, ତା ସହିତ ମାନସିକ, ଭାବନାତ୍ମକ ଏବଂ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ଲାଭ କରିବାରେ ସାହାଯ୍ୟ କରିବ।
ବିଚାର ନିୟମ ଶୃଙ୍ଖଳାର କୋଟି କୋଟି ପାଠକଙ୍କ ସହିତ ଯୋଗ ଦିଅନ୍ତୁ, ଯେଉଁମାନେ ବାସ୍ତବ ଆଧ୍ୟାତ୍ମିକତାର ଗୁରୁ ସରଶ୍ରୀଙ୍କଠାରୁ – ଉତ୍ସ ସହିତ ସଂଯୁକ୍ତ ହୋଇ କେମିତି ଆନନ୍ଦିତ, ସୁସ୍ଥ ଏବଂ ଆଧ୍ୟାତ୍ମିକ ଜୀବନ ବିତେଇ ହେବ ତାହା ଶିକ୍ଷା ଲାଭ କରୁଛନ୍ତି।
Reviews
There are no reviews yet.